Monday, February 14, 2022

ବିହା ବରପନ ସିଜନ ଚାଲିଛେ, ରାତିରେ ଅନିଦ୍ରା ହେଇକରି ଗାଡ଼ି ନାଇଁ ଚଳାଉନ :କେତେବେଳେ ବି ଦୁର୍ଘଟଣାର ସମ୍ମୁଖୀନ ହେଇଯିବେ

ଗଲା କାଲି ମୁଇଁ ମୋର ଡ୍ୟୁଟି ସାରିକରି ଝାରବନ୍ଧ ବ୍ଲକ ନିର୍ବାଚନ ଲାଗି ଦୁଇଦିନ ଛୁଟି ହେଇଥିବାର ଲାଗି ଘରକେ ଫିରୁଥିଲି.ପାଇକମାଲ ନୁ ପଦ୍ମପୁର ଆସଲା ବାଟେ ଗୁଏବାହାଲି ଛକ ପାଖାପାଖି  ଗାଡ଼ି ଚଳେଇ ଚଳେଇ ଧୀରେ ଧୀରେ ମୁଇଁ ଆସୁଥିଲି.ମୋର ଆଗଡ଼େ ପାଖାପାଖି ୪୦ ମିଟର ଦୁରିଆରେ ଗୁଟେ ବାଇକରେ ଦୁଇଜଣ ଯାଉଥିଲେ .ହଠାତ ଦେଖଲି ଯେ ସେ ବାଇକ ଆଉ ନି ଦିଶଲା ନ, ପହେଲା ତ ମୁଇଁ ଆଶ୍ଚର୍ଯ୍ୟ ହେଇଗଲି ଗାଡ଼ି କେନକେ ଗଲା ବୋଲି. ପାଖକେ ଯାଇକରି ଅଟକିଲି ଆଉ ଖୁଜଳି ଆଉ ଦେଖବାର କେ ପାଏଲ ଯେ ରାସ୍ତା ଡେବରି ଫାଲକେ ପ୍ରାୟ ୨୦ ମିଟର ଦୁରିଆକେ ଯାଇକରି ଦୁଇଜଣ ଦୁର୍ଘଟଣାରେ ଆହତ ହେଇକରି ପଡିଛନ..
     ଏନ୍ତା ଜାଗାରେ ପଡିଥିଲେ ଯେ ରାସ୍ତାରେ ଯିବାର ଲୋକ କେତେବେଳେ ବି ଦେଖି ନି ପାରେ, ମୁଇଁ ଗାଡିରୁ ଉତରି କରି ଗଲି ଆଉ ଦୁଇଜଣଙ୍କର ପାଖକେ ଗଲି ଦୁଇଜଣଙ୍କର ହାତରେ ବହୁତ ଦରଦ ହେଉଥାଏ,
 ମାଆ ଜନକର ମୁହଁରୁ ରକତ ବାହାରୁଥାଏ. 
ପହେଲା ତାହାକୁ ଉଠେଇକରି ଦେଖଲି ବହୁତ କଷ୍ଟ ପାଉଥାନ, ତେହେର ୧୦୮ ଆମ୍ବୁଲାନ୍ସ କେ ଫୋନ କରିକରି ଡାକଲି ଆଉ ରାସ୍ତା ଉପର କେ ଯାଇକରି କିଛି ଜଣକୁ ଡାକବାର କେ ଚେଷ୍ଟା କଲି ନାଇଁ ଅଟକିଲେ ପଛେ ଦୁଇଜଣ ଭାଇ ମୋର ଗାଡ଼ି ଦେଖିକରି ମୋର ପାଖକେ ଆସଲେ.ଇ ଭିତରେ ଦୁର୍ଘଟଣାରେ ଆହତ ମାନଙ୍କର ପତ୍ତା ନେଲି ଯେ ସେମାନେ ଆମର ଝାରବନ୍ଧ ର ଆନ, ତାଙ୍କର ଫୋନରେ ତାଙ୍କର ଘରର ଲୋକଙ୍କୁ ଯୋଗାଯୋଗ କରିକରି ଦୁର୍ଘଟଣା ବାବଦରେ ଖବର ଦେଇକରି ମୁଇଁ ପଦ୍ମପୁର ଡାକ୍ତରଖାନା ନେଉଛେ ଆଉ ତୁମେ ପଦ୍ମପୁର କେ ଆସ ବୋଲି କହେଲି.
   ଦୁଇଭାଇଙ୍କର ସହାୟତାରେ ଆମ୍ବୁଲାନ୍ସ କେ ଚଢ଼େଇକରି ପଦ୍ମପୁର ଡାକ୍ତରଖାନାକେ ନେଲୁ ଆଉ ଆମ୍ବୁଲାନ୍ସ ପଛେ ପଛେ ମୁଇଁ ନିଜେ ଡାକ୍ତରଖାନା କେ ଗଲି .ସେଠାନେ ଇଞ୍ଜେକ୍ସନ ଘିନିକରି ତାଙ୍କର ଡ୍ରେସିଂ ରେ ସହାୟତା କଲି..

 ପାଖାପାଖି ୪ ବଜେ ତାଙ୍କର ଘରର ଲୋକ ପହଁଚିଲେ ଆଉ ତାହାକୁଁ ଦାୟିତ୍ବ ଦେବାର ପରେ ମୁଇଁ ଘରକେ ଫିରଲି.

    ଇ ସବୁନୁ ଅଧିକ ଧ୍ୟାନ ଦେବାର କଥା ଏ ଯେ ଦୁର୍ଘଟଣା ଘଟଲା କାଏଜେ?ମୁଇଁ ଯିଏ ଗାଡ଼ି ଚଳାଉଥିଲେ ସେ ଭାଇଙ୍କୁ ପଚରାଳି ଯେ କେନ୍ତା ହେଲା ଯେ ଗାଡ଼ିରୁ ପଡ଼ିଗଲ ବୋଲି ,ତାଙ୍କର ଉତ୍ତର ଥିଲା ଯେ ସେ ପୁର୍ବ ଦିନର ରାତି ସମ୍ବଲପୁର ନେ ଗୁଟେ ବିହା କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ,ସେଠାନେ ରାତିସାରା ନି ସୁଇ .ସମ୍ବଲପୁର ନୁ ଝାରବନ୍ଧ ତକ ସକାଳେ ଆସିଥିଲେ ଫେର ଡାକ୍ତରଖାନାରେ କାମ ଥିବାର ଲାଗି ଝାରବନ୍ଧ ନୁ ପଦ୍ମପୁର ଯାଉଥିଲେ. ଗୁଏବାହାଲି ପାଖେ ସେ ଝୁମରି ପଡ଼ିଲେ ଆଉ ଗାଡ଼ି ବ୍ୟାଲେନ୍ସ କରି ନି ପାରି..
    ସଭେ ଇଠାନୁ ଗୁଟେ ଜିନିଷ ଶିଖମା ଯେ ରାତି ଅନିଦ୍ରା ହେଇକରି ଗାଡ଼ି ନି ଚଳାଉ, ଇଥିରେ ଜୀବନ ପ୍ରତି ବିପଦ ଅଛେ


No comments: