ଗତ ୨୬ ଡିସେମ୍ବର ,ରବିବାର ସକାଳୁ ମୁଁ ବରଗଡ଼ ରୁ ପୁଞ୍ଜିପଥର ଛକ ପର୍ଯ୍ୟନ୍ତ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ତରଫରୁ ପ୍ରଚଳିତ ସରକାରୀ ବସ "ହାଇ କମ୍ଫ"ଯାହାର ନମ୍ବର OR03H-1900 ଅଟେ ସେଥିରେ ଯାତ୍ରା କରିଥିଲି ସେଥିରେ ଏକ ନିଆରା ଅନୁଭୂତି ପ୍ରାପ୍ତ କଲି ଯାହାକି ଆପଣଙ୍କ ସହ ବାଣ୍ଟିବା ପାଇଁ ଚାହୁଁଚି..
ସକାଳୁ ଭୁବନେଶ୍ବର ରୁ ବରଗଡ଼ ପହଞ୍ଚିବା ପରେ ମୋତେ ଘରକୁ ଆସିବାର ଥିଲା, ଠିକ ସାଢ଼େ ୭ଟା ସମୟରେ ଏକ ସରକାରୀ ବସ ରେ ଚଢ଼ିଲି ଯାହାକି ବରଗଡ଼ ରୁ ନୂଆପଡା ଜିଲ୍ଲା ପର୍ଯ୍ୟନ୍ତ ପ୍ରତ୍ୟହ ଚାଲିଥାଏ. କିଛି ସମୟ ପରେ କଣ୍ଡକ୍ଟର ଆସିଲେ ଏବଂ ମୋତେ ବସ ଭଡ଼ା ମାଗିଲେ ମୁଁ ପଚାରିଲି ପୁଞ୍ଜିପଥର ପର୍ଯ୍ୟନ୍ତ କେତେ ଟଙ୍କା ପଡ଼ୁଛି?ତାଙ୍କର ଉତ୍ତର ଥିଲା ୫୦ ଟଙ୍କା ମୁଁ ସାଙ୍ଗେ ସାଙ୍ଗେ ୫୦ ଟଙ୍କା ବଢ଼େଇ ଦେଲି କାରଣ ବିଶ୍ୱାସ ଥିଲା ଯେ ଯେହେତୁ ତାହା ଗୋଟିଏ ସରକାରୀ ବସ ଥିଲା ସେଥିରେ ସରକାର ନିର୍ଦ୍ଧାରିତ ଦରରେ ହିଁ ବସ ଭଡ଼ା ନେଉଥିବେ.କଣ୍ଡକ୍ଟର ଜଣକ ଟିକେଟ ପ୍ରିଣ୍ଟିଂ ମେସିନ ଭି ଯେହେତୁ ଧରିଥିଲେ ,ଇଚ୍ଛା ଥିଲା ମୁଁ ପଇସା ଦେବା ସଙ୍ଗେ ସଙ୍ଗେ ମୋତେ ଟିକେଟ ଖଣ୍ଡକ ବଢ଼େଇଦେବେ କିନ୍ତୁ ତାହା କଲେ ନାହିଁ ଏବଂ ଅଲଗା ଯାତ୍ରୀଙ୍କୁ ଭଡ଼ା ମାଗିବାକୁ ଲାଗିଲେ.
ମୁଁ ଟିକେ ଅପେକ୍ଷା କଲି ଏବଂ ଟିକେଟ ମାଗିଲି, ପ୍ରଥମେ ସେ ନ ଶୁଣିଲା ଭଳିଆ ହେଉଥିଲେ.୩ ଥର ମାଗିବା ପରେ ସେ ଟିକେଟ ଖଣ୍ଡିକ ଦେଲେ ଏବଂ ତା ସହିତ ୧୦ ଟଙ୍କା ମଧ୍ୟ ବଢ଼େଇ ମୋ ପାଖରେ ଆସି ବୁଝେଇବାକୁ ଲାଗିଲେ. ମୁଁ ଦେଖିଲି ଯେ କୌଣସି ବି ବ୍ୟକ୍ତି ସେହି ଟିକେଟ ମାଗୁନଥିଲେ ,କଣ୍ଡକ୍ଟର ଯାହା ଟଙ୍କା ମଗୁଥିଲେ ତାହା ବଢ଼େଇ ଦେଉଥିଲେ.
କଣ୍ଡକ୍ଟରକୁ ଯେତେବେଳେ ସରକାରୀ ଦର ବିଷୟରେ କହିଲି ତାଙ୍କର ଯୁକ୍ତି ଅଜବ ପ୍ରକାରର ଥିଲା, ସେ କହିଲେ ଯେ ଆମେ ଶସ୍ତାରେ ନେଲେମଧ୍ୟ ଯାତ୍ରୀ ମାନେ ଆମ ବସରେ ଯାଉନାହାନ୍ତି .ଏହାଛଡ଼ା ଅନେକ ଲୋକଙ୍କୁ ଆମେ କଂସେସନ ଦେଉଛୁ ,ଆମ ଗାଡ଼ି ଖାଲି ଯାଉଛି. ଏଭଳିକି ଆମେ ଯେତେ ରେଟ ଲେଖିଲେ ସେତେ ପ୍ରିଣ୍ଟ ହୁଏ ବୋଲି ମୋତେ Demo ମଧ୍ୟ ଦେଖେଇଲେ.ମୁଁ କେବଳ ଟିକେଟ ମାଗିବା ଯୋଗୁଁ ମୋତେ ଅନେକ ସମ୍ମାନ ଦେବା ସହ ନିଜ ନମ୍ବର ଦେଇ ଭୁବନେଶ୍ବର ଯିବା ପାଇଁ ଶସ୍ତା ଯାତ୍ରା କିଭଳି କରିହେବ ତାହାର କୌଶଳ ବତେଇଲେ.. ମୋତେ ଅନୁଭବ ହେଲା ଯେ ବାସ୍ତବିକ ଆମର ସଚେତନତାର ସ୍ତର କେତେ ନିମ୍ନଗାମୀ..
ମୋ ଭଳି ଶହଶହ ଯାତ୍ରୀ ଦୈନିକ ସରକାରୀ ତଥା ବେସରକାରୀ ବସରେ ଯାତ୍ରା କରୁଛନ୍ତି କିନ୍ତୁ ଅଧିକାଂଶ ଲୋକେ ଟିକେଟ ମାଗନ୍ତି ନାହିଁ ଯାହାଫଳରେ ଅନେକ ଟଙ୍କା କଳାଧନ ରେ ପରିଣତ ହେଉଛି ଯାହାକି ସରକାରଙ୍କ ରାଜକୋଷକୁ ଯାଉନାହିଁ.
।ଏହି ପୋଷ୍ଟ ପଢ଼ିବା ପରେ ମୋର ଆଶା ଅନେକ ଲୋକମାନେ ଆଗାମୀ ଦିନରେ ବସ ଯାତ୍ରା କଲେ ସରକାରୀ ଧାର୍ଯ୍ୟ ଦରରେ ବସ ଭଡ଼ା ଦେବେ ଏବଂ ଅଯଥା କଳାଧନ ସୃଷ୍ଟି ହେବାକୁ ଦେବେନାହିଁ..