ଦୀର୍ଘବର୍ଷରୁ ନିଃସ୍ୱାର୍ଥପର ଭାବେ ଅଜଣା ଅଚିହ୍ନା ଲୋକମାନଙ୍କ ପାଇଁ ସ୍ୱତଃସ୍ପୃତ ଭାବେ ନିଜର ଶତପ୍ରତିଶତ ଉଦ୍ୟମ କରି, ଅନେକ ଲୋକଙ୍କ ଦୁଃଖରେ ସହଭାଗୀ ହୋଇ ତଥା ତାଙ୍କ ସମସ୍ୟାକୁ ନିଜ ସମସ୍ୟା ଭାବି ଆତ୍ମୀୟତାର ସହ ସମାଧାନ କରିବାକୁ ଚେଷ୍ଟା କରିଥାଏ.. ତାର ପ୍ରତିବଦଳରେ ସେହି ଅଜଣା ଲୋକଙ୍କ କିଛି ଆଶା ମଧ୍ୟ ନ ଥାଏ କିନ୍ତୁ ଏଭଳି ଅପ୍ରତ୍ୟାଶିତ ଭାବରେ କେହି ଯଦି ଦୂର ଦୁରାନ୍ତ କେବଳ କୃତଜ୍ଞତା ଜ୍ଞାପନ କରିବା ପାଇଁ ନିଜ ପାଖକୁ ପହଞ୍ଚିଥାନ୍ତି ତେବେ ସ୍ୱାଭାବିକ ଭାବେ ଅତ୍ୟନ୍ତ ଆତ୍ମତୃପ୍ତି ଅନୁଭବ ହୋଇଥାଏ..
କିଛି ଦିନ ପୂର୍ବରୁ ଏମିତି ଜଣେ ବ୍ୟକ୍ତିଙ୍କ ସଙ୍ଗେ ପରିଚୟ ହୋଇଥିଲା ଯାହାଙ୍କର ବାପାଙ୍କ ଚକ୍ଷୁ ଚିକିତ୍ସା ପାଇଁ ଭୁବନେଶ୍ବର ସ୍ଥିତ ଏକ ଘରୋଇ ଡାକ୍ତରଖାନା ହଇରାଣ କରୁଥିଲା.ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ଼ ଥାଇ ମଧ୍ୟ ମାଗଣା ଚିକିତ୍ସା ହେଇପାରିବ ନାହିଁ ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ କହିବା ଅନେକ ହଇରାଣ ହେଇ ହତାଶ ହୋଇଯାଇଥିଲେ.ଏଥିନିମନ୍ତେ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ଖର୍ଚ୍ଚ ହେବ ବୋଲି କହିବା ପରେ ତାଙ୍କ ଚିନ୍ତା ବଢ଼ି ଯାଇଥିଲା.ତାଙ୍କ ଠାରୁ ଏହି ବିଷୟରେ ଜାଣିବା ପରେ ଉକ୍ତ ଡାକ୍ତରଖାନା କର୍ତ୍ତୃପକ୍ଷ ତଥା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଅଧିକାରୀଙ୍କ ସହ ଯୋଗାଯୋଗ ତଥା ଯୁକ୍ତି କରିବା ପରେ ତାଙ୍କର ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ ହୋଇଥିଲା.
ଏହାପରେ ସେ ଅତ୍ୟନ୍ତ ଖୁସି ହୋଇ କିଛି ଦିନ ତଳେ ମୁଁ ରହୁଥିବା ଘରକୁ ଆସି କିଛି ଉପହାର ଦେଇଥିଲେ ଯାହା ମୋତେ ବହୁତ ଖୁସି ପ୍ରଦାନ କରିଥିଲା।
ଏଠାରେ ମୋର କହିବାର ତାତ୍ପର୍ଯ୍ୟ ହେଲା ଯେ ସେ ବ୍ୟକ୍ତି ଜଣକ ବିପଦ ସମୟରେ ପାଇଥିବା ସେବା ତଥା ସମବେଦନାର ମହତ୍ତ୍ୱ ବୁଝିପାରିଲେ.ନିଜେ ସେବା ପାଇବା ପରେ ତାଙ୍କ ସହ ମିଶି ଆହୁରି କିଛି ଲୋକଙ୍କ ପାଇଁ ଆବଶ୍ୟକ ସେବା ଯୋଗେଇଦେବା ପାଇଁ ପ୍ରୟାସ ଆରମ୍ଭ କରିଛୁ..