Tuesday, December 28, 2021

ବୟସ୍କ ମାନଙ୍କ ପାଇଁ ଡାକ୍ତରଖାନାରେ ସ୍ୱତନ୍ତ୍ର ICU ବ୍ୟବସ୍ଥା ଆବଶ୍ୟକ:ମୋ ସହିତ ଯାହା ଘଟିଛି ତାହା ଅନ୍ୟମାନଙ୍କ ସହିତ ନ ଘଟୁ ସରକାର ଏଥିପ୍ରତି ଦୃଷ୍ଟି ଦିଅନ୍ତୁ

ମୋର ଦାଦା (ଅଜା ) ଗଲା ୨୦୧୮ ସାଲେ ଡିସେମ୍ବର ୨୬ ତାରିଖ ସାଢ଼େ ତିନ ବଜେ ବୁର୍ଲା ଡାକ୍ତରଖାନାନ ଚିକିତ୍ସାଧୀନ ଅବସ୍ଥାନ ଆମକୁ ସମକୁ  ଛାଡ଼ିକରି ଅଲଗା ଦୁନିଆ କେ ଚାଲିଗଲା.. ନାତି ହିସାବେ ମୋତେ କେତେଟା ଜିନିଷ ଆମର ସାଙ୍ଗେ ଘଟଲା ଯେନ ଟା କି ମନ କେ ବହୁତ ଆଘାତ ଦେଇଛେ ହେଥିରଲାଗି ସମକୁ ଜଣାବାର ଲାଗି ଫେସବୁକ ରେ ଲେଖୁଛେଁ ଯେନ୍ତା କି ଆଉ ଆଗକେ କେନସି ଭି ନାତି ତାର ଅଜା କେ ବଂଚାବାର କେ ଚାହୁଁଥିଲେ କେନସି ବାଧା ବିଘ୍ନ ନାଇଁ ଆସବା.. 

      ଦାଦା ତୁଇଁ ବୁଢ଼ା ହେଇଯାଇଥିଲୁ ବୋଲି ଏଜ ତୋର ନାତି ଚାହିଁକରି ଭି ତୋତେ ବଂଚେଇ ନାଇଁ ପାରଳା, ତାର ବୁଦ୍ଧି ବିବେକ ପାଠ ସାଠ ସବୁ ଏଜ ସମାଜ ର ରୀତିନୀତି ଆଗଡେ଼ ଫେଲ ମାରିଦେଲା.ଖାଲି ତୋର ଦୋଷ ଗୁଟେ ଥିଲା ଯେ ତୁଇଁ ବୁଢ଼ା ହେଇଯାଇଥିଲୁ, ଗୁଟେ ନାତି ଆଏଜ ହାରିଗଲା ତୋତେ ତୋର ଦୁର୍ବଳ ହେଇଯାଇଥିବାର ଫୁସଫୁସ କେ ସାହାରା ଦେବାର ଲାଗି ବୁର୍ଲା ଡାକ୍ତରଖାନା ନୁ ICU ର ବେଡ ଟେ ଯୁଗାଡ଼ କରି ନାଇଁ ପାରଳା.ଆଉ ବାହାର କେ ନେବାର ମେତାର ଅବସ୍ଥା ଭି ନାଇଁ ଥାଇ . ଯୁଆନ ଲୋକ ମାନଂକୁ ଆଖି ଆଗଡେ଼ ହେନୁ ବେଡ ମିଳି ଯାଉଥିଲା ହେଲେଁ ତୋତେ ନାଇଁ ମିଳିପାରଳା ଗୋ ଦାଦା ତୁଇଁ ବୁଢା ହେଇଯାଇଥିଲୁ ବୋଲି..ତୋର ଦୁଃଖ ଦେଖିକରି ମୋତେ ଲାଗଲା ଯେ ଦୁନିଆର ସବୁ ଲୋକ ବୁଢାବୁଢ଼ୀ କାଣା ଏନ୍ତା ପବନ ଟିକେ ନାଇଁ ପାଇକରି ମରିଯାଉଥିବେ.. କାଣା ବୁଢ଼ା ବୁଢ଼ୀ ହେଇଜିବାର ଟା ପାପ ଏ ଇ ଦୁନିଆ ଥି, ଯଦି ହେନ୍ତା ଏ ବଏଲେଁ ଭଗବାନ କାହକେ ବୁଢାବୁଢ଼ୀ ନି କରୁ ସଭେ ଯୁଆନ ହେଇ ଥାଉଁନ କମସେ କମ ଜରୁରୀ ସମିଆ ଥି ସୁବିଧା ତ ପାଇପାରବେ.. 

     ଇ ଯୁଗେ ଝନେ ଲୋକ ଆଉ ଝନେ କେ ଫୁଟଲା  ପାଏନ ଟିକେ ନାଇଁ ଦେବାର, ଧନ୍ୟ ସେ ଡାକ୍ତରମାନେ ଯେନ ମାନେ ମୋତେ ମୋର ଦାଦା ମରିଗଲା ପରେ ବୁଝାଉଥିଲେ ଯେ ଗୁଟେ ଯୁଆନ ଲୋକ ବେଶୀ ଦିନ ବଞ୍ଚିଲେ ଲାଭ ଏ, ବୁଢ଼ାବୁଢ଼ୀ  ର ଜୀବନ ପଳେଇଗଲେ ଭି ଚଳବା,କିଛି ଅସୁବିଧା ନେନ ପରେ.. ଧନ୍ୟ ତାଙ୍କର ସଂସ୍କାର ଆଉ ତାକର ପାଠପଢ଼ା କେ, ହେମାନେ ତାକର ଅଜାଆଇ କେ ଜିଇଁ ଥାଉଁନ ଥାଉଁନ ମାରିଦେଉଥିବେ.. 

     ଆଉ ରହେଲା ସରକାରୀ ଯୋଜନା ଆଉ ସରକାରର କଥା କାଣା ପ୍ରକୃତରେ ବରିଷ୍ଠ ନାଗରିକ ମାନଂକର ଲାଗି ଜରୁରୀ  ଚିକତ୍ସା ଦରକାରୀ ନୁହେସେ? ଆଉ ସବୁଦିନ ଏନ୍ତା ନାତି ମାନେ ଅଜା ମାନଂକୁ ବଂଚାବାର ଲାଗି ଭଗବାନ କେ ଭରସା କରୁଥିବେ? ଯଦି ଭି ସବୁଦିନ ଏନ୍ତା ଘଟୁଥିବା ଯୁଆନ ଲୋକ ମାନଂକୁ ବଂଚାବାର ବାହାନା ଲାଗି ବୁଢ଼ାବୁଢ଼ୀ ମରୁଥିବେ ତ କାଏଁ ଯେ ଲୋକ ଡାକ୍ତରଖାନା ଯିବେ? 

   ମୋର ଏତକି କଥା ଲିଖବାର ମାନେ ହେଲା ଯେ ମୋତେ ବହୁତ ବାଧୁଛେ ଯେ ବୁଢ଼ାବୁଢ଼ୀ ମାନଂକର ଲାଗି ଏନ୍ତା ନିୟମ କାଏଁ ଯେ ରହୁଛେ, ତାଙ୍କର ଭି ବଞ୍ଚିବାର ଅଧିକାର ରହେବାର କଥା.. ଯଦି ଭି ଯୁଆନ ଆଉ ବୁଢାବୁଢ଼ୀ ମାନଂକର ଭିତରେ ଏତକି ଭେଦଭାବ କରୁଛନ ଡାକ୍ତରମାନେ ତାଙ୍କର ଲାଗି ସ୍ୱତନ୍ତ୍ର ଡାକ୍ତରଖାନା ବନାଯାଉ, ଯେନୁ କି କେନସି ନାତି ତାର ଜୀବନନୁ ଭି ବେଶୀ ଭଲ ପାଉଥିବାର ନିଜର ଅଜା କେ ମୋର ଭଳିଆ ନିଜର ଆଖି ଆଗଡେ଼ ମରବାର ଭାଗ୍ୟ ନାଇଁ ମିଳୁ..

ମୋ ଜୀବନର ଅଭୁଲା ଅତୀତ, ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ପାଇଁ ସ୍ୱତନ୍ତ୍ର ICU ବ୍ୟବସ୍ଥା ନ କରିବା ପର୍ଯ୍ୟନ୍ତ ଏହି ଲଢେ଼ଇ ଜାରି ରହିବ..ମୁଁ ଚାହେଁ କୌଣସି ନାତି ନାତୁଣୀ ନିଜ ଆଜା ଆଇପାଇଁ ଏଭଳି ପରିସ୍ଥିତି ରେ ନ ପଡ଼ନ୍ତୁ. କେବଳ ବୟସ ଆଧାରରେ ଜଣଙ୍କର ଜୀବନର ମୂଲ୍ୟ ତୁଳନା କରା ନ ଯାଉ
ଏହି ଘଟଣା କୁ ବିଶେଷ ଧ୍ୟାନ ଦେଇ ବୟସ୍କ ମାନଙ୍କ ଜୀବନ ରକ୍ଷା କରିବା ପାଇଁ ଭୀମସାର ବୁର୍ଲାରେ ସ୍ୱତନ୍ତ୍ର ICU ବ୍ୟବସ୍ଥା କରିବାକୁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ



1 comment:

@BRP said...

ସତେଁ ବଡା ଦୁଃଖର କଥା ଏ, ଅଜାର ସେନୋ ଆଉ କେହିଁ ନି ମିଳେ..........
ସ୍ବତନ୍ତ୍ର ଡାକ୍ଟର ଖାନା ନିହାତି ଭାବେ ହେବାର କଥା....