Sunday, March 12, 2023

Lonely night lesson.


CRCC Baitali

Once upon a time, there was a young man named Dibas Kumar Sahu.

He was a kind-hearted person who always wanted to help people in need. One day, while studying in Anchal College Padampur, he had to go to Bijepur to apply for a form. He took a bus and reached there in the evening, but due to some unavoidable circumstances, he got stuck there till 10 PM. He was not alone, another person was also in the same situation.

Dibas noticed that the other person was having a communication problem and he couldn't speak the local language. Dibas being a good-hearted person, decided to help him. He offered to arrange a cycle and both of them traveled to their destination. But as they reached their destination, the other person cheated him and left him alone in the middle of the night.

It was a winter night, and Dibas was wearing his college uniform. He had to cross almost 6 km in the dark, through roads that were considered to be haunted by evil spirits. He was frightened and alone, with no one to help him. Finally, he reached home near midnight.

From that day on, Dibas learned a valuable lesson about people. He realized that not everyone is as kind-hearted as he is. Some people pretend to be friends until their desires are fulfilled. Dibas learned to be more cautious and aware of people's intentions.

The moral of the story is that not everyone we meet in life is trustworthy. We should always be cautious and aware of people's intentions, especially when we are in unfamiliar places. It is always better to be safe than sorry.

Saturday, December 3, 2022

ଭିନ୍ନକ୍ଷମ ଭାଇଭଉଣୀ ମାନଙ୍କୁ ସହାନୁଭୂତି ନୁହେଁ ସମାନୁଭୁତି ଆବଶ୍ୟକ

ଆଜି ହେଉଛି ବିଶ୍ଵ ଭିନ୍ନକ୍ଷମ ଦିବସ।ଏହି ଅବସରରେ ମୋର ବ୍ୟକ୍ତିଗତ ଅନୁଭୂତିରୁ କିଛି ବାଣ୍ଟୁଛି।ଘଟଣା ହେଉଛି କିଛି ଦିନ ପୂର୍ବର ଆମ ଝାରବନ୍ଧ ବ୍ଲକରେ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଚାଲିଥାଏ।

ବ୍ଲକର ବିଭିନ୍ନ ଗ୍ରାମରୁ ଶହ ଶହ ଭିନ୍ନକ୍ଷମ ଭାଇଭଉଣୀ ଆସିଥାନ୍ତି, ସବୁ ଠିକ ଠାକ ଚାଲିଥାଏ।ନିର୍ଦ୍ଧାରିତ ସମୟ ଶେଷ ହେଲା ପରେ ଡାକ୍ତରୀଦଳ ଫେରିବା ପାଇଁ ପ୍ରସ୍ତୁତ ହେଉଥାନ୍ତି,ମୁଁ ଲକ୍ଷ୍ୟ କଲି ଯେ ଜଣେ ମାଁ ଦୃଷ୍ଟିହୀନ ଦିବ୍ୟାଙ୍ଗ ଝିଅ ଟିକୁ ଧରି ଗୋଟିଏ କଡ଼ରେ ଠିଆ ହୋଇଛନ୍ତି।ତାଙ୍କ ପାଖକୁ ଯାଇ କଣ ସମସ୍ୟା ହୋଇଛି ବୋଲି  ପଚାରିଲି ,କିନ୍ତୁ ସେ ଠିକ ଭାବେ ବୁଝି ପାରୁନଥିଲେ ଏବଂ ସେ ବି ଯାହା କହୁଥିଲେ ମୁଁ ବି ବୁଝି ପାରୁନଥିଲି।ଏଠାରେ କହିବାର ତାତ୍ପର୍ଯ୍ୟ ହେଲା ଯେ ଆମ ଝାରବନ୍ଧ ବ୍ଲକରେ ପାଖାପାଖି ୩ ଟି ଭାଷା ଲୋକେ କୁହନ୍ତି ଯେଉଁଟା କି ସମ୍ବଲପୁରୀ, ଲରିଆ,ନାଏକ ଭାଷା।ମୁଁ ସ୍ଥାନୀୟ ଲୋକଙ୍କ ମାଧ୍ୟମରେ ପଚାରିବା ପରେ ଜାଣିପାରିଲି ଯେ ଝିଅଟିର ଦିବ୍ୟାଙ୍ଗ ସାର୍ଟିଫିକେଟ କୁ Renew କରେଇବା ପାଇଁ ଆସିଥିଲେ ଏବଂ ତାହାର Online କରିବା ପାଇଁ ଝିଅର ବାପା ଯାଇଥିଲେ ଯେ ୪ ଟା ସୁଦ୍ଧା ଫେରି ନ ଥିଲେ।
   ଏହି ସମୟରେ ଆଖି ଡାକ୍ତର ନିଜ କାରରେ ଘରକୁ ଫେରିବା ପାଇଁ ପ୍ରସ୍ତୁତ ହେଉଥିଲେ , ମୁଁ ତାଙ୍କୁ ବ୍ୟକ୍ତିଗତ ଭାବେ ଭେଟି କିଛି ସମୟ ଅପେକ୍ଷା କରିବାକୁ ଅନୁରୋଧ କଲି।ଏହାପରେ ଝିଅକୁ ନେଇ ଆମ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ଥିବା କମ୍ପ୍ୟୁଟରରେ ଦିବ୍ୟାଙ୍ଗ ପ୍ରମାଣପତ୍ର ପାଇଁ ଅନ୍ଲାଇନ କରେଇଲୁ।ଏହାପରେ ଡାକ୍ତର ନିଜ କାମ କଲେ ଝିଅଟିର କାମ ହେଇଗଲା।
        ଆଜି ହେଉଛି #ବିଶ୍ୱଭିନ୍ନକ୍ଷମଦିବସ ଏହି ଅବସରରେ ଏହି ପୋଷ୍ଟ କରିବାର ଉଦ୍ଦେଶ୍ୟ ହେଲା ଯେ ଆମେ ଭିନ୍ନକ୍ଷମ ମାନଙ୍କୁ କେବଳ ଔପଚାରିକତା ପୂରଣ କରିବା ପାଇଁ ବ୍ୟବସ୍ଥା କରିବା ଅପେକ୍ଷା ତାଙ୍କୁ ଆନ୍ତରିକତା ସହ ସହାୟତା କରିବା ଆବଶ୍ୟକ।ଆମେ ସମସ୍ତେ ସମାନ।

Sunday, October 30, 2022

ସୌଭାଗ୍ୟ ପଟେଲଙ୍କ ସୁସ୍ଥତା ପାଇଁ ସଂଘର୍ଷ

ଆର୍ଥିକ ରୂପେ ଅସ୍ବଚ୍ଛଳ ଥିବାର କର୍କଟ ରୋଗୀ ମାନଙ୍କର ଲାଗି ଚିକିତ୍ସା କରବାର ଟା ବହୁତ କଷ୍ଟକର ବ୍ୟାପାର ହେଇ ପଡ଼ସି କିନ୍ତୁ ତାହାକୁଁ ଏକଲା ନାଇଁ କରିକରି ଯଦି ତାଙ୍କର ସଙ୍ଗେ ଆମେ ଠିଆ ହେମା ତ ତାଙ୍କର ରାସ୍ତା ସହଜ ହେଇ ଯାଏସି।
   ଦଶମ ଶ୍ରେଣୀର ପଢ଼ୁଥିବା ସୌଭାଗ୍ୟ ପଟେଲଙ୍କର କାହାଣୀ ଠିକ ଏନ୍ତା ଏ, ଯେତେବେଳେ ତାଙ୍କର ବାବଦରେ ଜାଣିଥିଲି ତାଙ୍କର ଅବସ୍ଥା ସଙ୍କଟାପନ୍ନ ଥିଲା,ଆର୍ଥିକ ରୂପେ ବି ତାଙ୍କର ପରିବାର (ମାଁ) ଅସ୍ବଚ୍ଛଳ ଥିଲେ।ଇ ସମିଆ ରେ ତାହାକୁଁ ସାହସ ଦେଇକରି କଟକରୁ Biju Swasthya Kalyan Yojana ରେ ଏମ୍ପାନେଲଡ ହସ୍ପିଟାଲ BALCO Medical Centre ରାୟପୁର ନେଵାର ବ୍ୟବସ୍ଥା କରିଥିଲି।ସେଠାନେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୩ ଲକ୍ଷରୁ ଅଧିକ ଟଙ୍କାର ମାଗଣା ଚିକିତ୍ସା ଲାଭ କରିଛନ୍,ବର୍ତ୍ତମାନ ସୌଭାଗ୍ୟଙ୍କର ସ୍ୱାସ୍ଥ୍ୟ ବହୁତ ସୁଧାର ଆସିଛେ।।
    ଯେତେବେଳେ ସୌଭାଗ୍ୟ ଙ୍କୁ ରାୟପୁର ନିଆଗଲା ମୁଇଁ ଫେସବୁକ ମାଧ୍ୟମରେ ଆର୍ଥିକ ସହାୟତା କରବାର ଲାଗି ଅନୁରୋଧ କରିଥିଲି ,ମୋର ସଙ୍ଗେ ବିଭିନ୍ନ ସାମାଜିକ ଗଣମାଧ୍ୟମ ରେ ଜୁଡ଼ି ଥିବାର ବନ୍ଧୁମାନେ ବହୁତ ସହଯୋଗ କରିଥିଲେ, ପାଖାପାଖି ୩୦-୪୦ ହଜାର ଟଙ୍କା ସୌଭାଗ୍ୟ ର ଆକାଉଣ୍ଟ ରେ ପଡିଥିଲା,ସେଥିରେ ସେମାନେ ରାୟପୁର ରେ ଘର ଭଡ଼ା ନେଇକରି ଦୀର୍ଘ ୪ ମାସ ରୁ ଅଧିକା ରହେଲେ ନ।ସମସ୍ତଙ୍କୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରୁଛେ।
    ବର୍ତ୍ତମାନ ସୌଭାଗ୍ୟ ର କେମୋ ଚିକିତ୍ସା ପରେ କୃତ୍ରିମ ଅଙ୍ଗ ପ୍ରତ୍ୟାରୋପଣ କରବାର ଲାଗୁଛେ ଯେନ ଥିର ଲାଗି ପାଖାପାଖି ୪ ଲକ୍ଷ ୩୦ ହଜାର ଟଙ୍କାର ଖର୍ଚ୍ଚ ଅଛେ କିନ୍ତୁ ବହୁତ ଖୁସିର କଥା ଯେ ସେଟା ବି Indian Cancer Society ତରଫରୁ ସମ୍ପୂର୍ଣ୍ଣ ମାଗଣାରେ ଯୋଗେଇ ଦିଆଯାଇଛେ।ଆସନ୍ତା ମଙ୍ଗଳବାର ଦିନେ ସୌଭାଗ୍ୟର ଅସ୍ତ୍ରୋପଚାର ହେବା ସେଥିର ଲାଗି ଆମେରିକା ରୁ ଜଣେ ଡାକ୍ତର ଚିକିତ୍ସା କରୁଛନ୍,ଆପଣ ମାନଙ୍କୁ ସମସ୍ତଙ୍କୁ ଅନୁରୋଧ ସୌଭାଗ୍ୟ ର ଆଶୁ ଅରୋଗ୍ୟ କାମନା ଲାଗି ପ୍ରାର୍ଥନା କରବେ। 
    ଜୀବନରେ ଅନେକ କାମ କରିଛେ କିନ୍ତୁ ଇ କାମ କରିକରି ବହୁତ ଆତ୍ମତୃପ୍ତି ମିଳିଛେ।ବର୍ତ୍ତମାନ ତ ଗୁଟେ ପ୍ରକାରେ ସବୁ ଠିକ ହେଇଯାଇଛେ କିନ୍ତୁ ରୋଗୀଙ୍କର ପାଖେ କିଛି ଆର୍ଥିକ ସମ୍ବଳ ନେନ ଯେନ ଥିରେ କି ସେମାନେ ଘରଭଡ଼ା ଆଉ ଅନ୍ୟାନ୍ୟ ଖର୍ଚ୍ଚ ତୁଲେଇ ପାରବେ ଯଦି କୌଣସି ବ୍ୟକ୍ତି ସୌଭାଗ୍ୟ ଙ୍କର ଲାଗି କିଛି ସହାୟତା କରବାର ଚାହେଲେ ତାଙ୍କୁ ଆଶୀର୍ବାଦ ପୂର୍ବକ କିଛି ଆର୍ଥିକ ସହାୟତା କରିପାରିବେ।ଧନ୍ୟବାଦ।

Saturday, September 10, 2022

ଭୀମସାର ବୁର୍ଲାରେ ଚିକିତ୍ସା ବିଳମ୍ବ ହେଲେ ଆମେ କେନ୍ କେନ୍ କାମ କାମ କାରବାର କଥା?

ଆମର ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର ଭୀମସାର ବୁର୍ଲାରେ ବିପଦ ସମିଆରେ କାମ କେ ଆଏବାର କିଛି ଅନୁଭୂତି ଜାହାକେ ସେୟାର କରବାର ଦ୍ୱାରା ଅନ୍ୟ ଲୋକମାନେ ସେନ୍ତା ପରିସ୍ଥିତି ରେ ଉଚିତ ମାର୍ଗଦର୍ଶନ ପାଇକରି ଅନେକ ଜୀବନ ରକ୍ଷା କରିପାରବେ...
         ଦୁର୍ଘଟଣା ହେଉ କି ଅନ୍ୟ କିଛି ଗୁରୁତର ବେମାର ହେଉ ଆମର ଫାଳର ଲୋକମାନେ ବୁର୍ଲା ତକ ଗଲାପରେ ଆଗକେ ପ୍ରାୟ ବୁଦ୍ଧି ବନା ହେଇଯାଏସି. ଯଦି ବୁର୍ଲା ଭଳିଆ ଜାଗାରେ #ଆଇସିୟୁ ନି ମିଲଲା ତ ଅନେକ ଜୀବନ ପଳେଇ ଯାଏସି. ହେନ୍ତା ପରିସ୍ଥିତି ରେ ଆମର ପାଖେ କେଁ କେଁ ବିକଳ୍ପ ରହୁଛେ ସମସ୍ତଙ୍କୁ ଜଣାବାରକେ ଚାହୁଁଚେ ଯାହାର ଦ୍ୱାରା ନିଜର ପରିବାର ର କାମ ଏବାର ସଙ୍ଗେ ସଙ୍ଗେ ଅନ୍ୟ ଲୋକମାନେ ବି ଉଚିତ ମାର୍ଗଦର୍ଶନ ପାଇକରି ଅନେକ ଲୋକଙ୍କର ଜୀବନ ବଞ୍ଚେଇ ପାରବେ

   ୧:-ପହେଲା କଥା ସରକାରୀ ନିୟମ  ରହିଛେ ଯେ ଯଦି କେଂସି ସରକାରୀ ଡାକ୍ତରଖାନାରେ ଚିକିତ୍ସା ସୁବିଧା ନେନ କିମ୍ବା ଚିକିତ୍ସା ଅଯଥା ବିଳମ୍ବ ଘଟୁଛେ ତ ସେ ଡାକ୍ତରଖାନାର ଅଧିକ୍ଷକ ମାନେ ସାଙ୍ଗେ ସାଙ୍ଗ ତାହାକୁଁ ଉଚ୍ଚତର ଚିକିତ୍ସା ଲାଗି ବଡ଼ ଡ଼ାକ୍ତରଖାନା କିମ୍ବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଅଧୀନରେ ଥିବାର ପ୍ରାଇଭେଟ ଡାକ୍ତରଖାନାକେ ରେଫର କରବାର କଥା କିନ୍ତୁ ଏନ୍ତା ନାଇଁ ହେବାର ବୋଲି ଅନେକ ଲୋକଙ୍କର ମୃତ୍ୟୁ ବୁର୍ଲାରେ ନିତିଦିନିଆ ହେଉଛ
୨:-ଦେଖା ଯାଏସି ଯେ ଯଦି କେନ୍ସି ରୋଗୀକେ Emergency ICU ଦରକାର ଥିସି କିନ୍ତୁ ଡାକ୍ତରଖାନାରେ ସେଟା ଉପଲବ୍ଧ ନି ଥିବା କିନ୍ତୁ ରୋଗୀକେ ଅଲଗା ଡାକ୍ତରଖାନାକେ ପଠାବାର(ଯଦି ରୋଗୀ କେ ନେଵାର ରେ କେଂସି ଅସୁବିଧା ନି ଥିବା) ପରିବର୍ତ୍ତେ ୫-୧୦ ଦିନ ତକ ବିନା ଆଇସିୟୁ ରେ ରଖିକରି ସମିଆ ପଡ଼ଲେ ମୃତ୍ୟୁ ବି ହେଇଯାଏସି.
୩:-ବୁର୍ଲାରେ ଆପଣମାନେ ଅନୁମାନ କରିଥିବେ ଯେ ଯଦି  ବୁଢ଼ାବୁଢ଼ୀ ମାନଙ୍କୁ ICU ଦରକାର ଥିବା ତ ସେନୁ ଜୁଆନ ଲୋକ ଥିଲେ ତାହାକେ ଅଧିକ Priority ମିଲସି ଯେନ ଟା କି ଆମର ପରିବାର ସଙ୍ଗେ ବି ବିତିଛେ.
୪:-କିଛି ଗରିବ ଲୋକମାନଙ୍କର କେହି ନାଇଁ ଥିଲେ କିମ୍ବା ତାର ଲାଗି କୌଣସି Recomendation ନି ଥିଲେ ହେନ୍ତା ପଡ଼ିକରି ରହିଥିସନ..
       ଆମର ଲୋକମାନେ ଏନ୍ତା  ଅନେକ ପରିସ୍ଥିତିର ସାମ୍ନା କରୁଛନ୍ ହେ ସମିଆରେ କେଁ କେଁ କରବାର କଥା ମୋର ଅନୁଭୂତି ରୁ କହୁଛେ..
     ୧:-ପହେଲା କଥା ଯେ ଯଦି ଚିକିତ୍ସା ବିଳମ୍ବ ହେଉଛେ ଆଉ ରୋଗୀକେ ଶିଫ୍ଟ କରବାର ଅବସ୍ଥାରେ ଅଛେ ତ ସେନୁ ଥିବାର ଡାକ୍ତର କିମ୍ବା ବିଭାଗୀୟ ମୁଖ୍ୟ କେ କହିକରି କଟକ ବଡ଼ ମେଡିକାଲ ରେ ରେଫର କରବାର ଲାଗି କହେବେ।
୨:-ଯଦି ରୋଗୀକେ Emergency ICU ଦରକାର ଅଛେ ଆଉ ବେଶୀ ଦୂର  ଶିଫ୍ଟ କରବାର ଅବସ୍ଥାରେ ନେନ ତ ସେନୁ ବିକଳ୍ପ ଅଛେ ଯେ  ୧୦୪ ନମ୍ବର କେ ଫୋନ କରିକରି Biju Swasthya Kalyan Yojana 
 ର କେଂସି ବି ହସ୍ପିଟାଲ କେ ଯାଇକରି ତୁରନ୍ତ ଚିକିତ୍ସା ପାଇପାରବେ.
୩:-ଯଦି କଟକ ବଡ଼ ମେଡିକାଲ 

 କିମ୍ବା ଏମ୍ସ ଭୁବନେଶ୍ୱର 
କେ ରେଫର କରାଗଲା ତ ଆପଣମାନେ ସିଧାସଳଖ ୧୦୮
କେ ଫୋନ କରିକରି ମାଗଣାରେ
ଆମ୍ବୁଲାନ୍ସ ସହାୟତା ରେ ସେ ଜାଗା ମାନଙ୍କୁ ଯାଇପାରବେ।ଧ୍ୟାନ ଦେବେ ଯେ ହସ୍ପିଟାଲ ରେ ପ୍ରାଇଭେଟ ଆମ୍ବୁଲାନ୍ସ ମାନେ ତାଙ୍କର ଗାଡ଼ିରେ ନେଵାର ଲାଗି ନାନା ବାହାନା କରୁଥିସନ।ଆପଣମାନେ କାହାରି କଥା ଶୁଣବାର ନେନ ସିଧାସଳଖ ୧୦୮ରେ କଟକ ନେହେଲେ ଭୁବନେଶ୍ୱର ପଲାବେ.
 ୪:-ଦୁହି ହସ୍ପିଟାଲରେ ବହୁତ ଭଲ ଚିକିତ୍ସା ହେଉଛେ ଫିର ଭି ଯଦି ହସ୍ପିଟାଲ ବେଡ଼ ନି ମିଲବାର କି ICU ନି ମିଲବାର ତ ସେନୁ ଶହ ଶହ BSKY Empanalled
ହସ୍ପିଟାଲ ମାନେ ଅଛେ ରାସନ କାର୍ଡ଼ ଦେଖେଇକରି ମାହାଳିଆ ଚିକିତ୍ସା କରିପାରିବେ.
    ଆଜି ଇ ପୋଷ୍ଟ କରବାର ଉଦ୍ଦେଶ୍ୟ ହେଲା ଯେ ଏନ୍ତା ଘଟଣା ମାନେ ପ୍ରତିଦିନ ଘଟୁଛେ ଆଉ ଆମେ ଇ ଭଳିଆ ମାର୍ଗଦର୍ଶନ ଦେଇ ଆସୁଛୁ ତ ଇ ଜିନିଷ ମୁଇ ଏକଲା ଜାଣିଥିଲେ ବେଶୀ ସେ ବେଶୀ ଦିନକ ୫ ଲୋକଙ୍କୁ ସହାୟତା କରିପାରମି କିନ୍ତୁ ଆପଣମାନେ ସମସ୍ତେ ଜାଣିକରି ଅନ୍ୟ ଲୋକମାନଙ୍କୁ ସେୟାର କର୍ଲେ ଅନେକ ଲୋକଙ୍କର ଜୀବନ ବଞ୍ଚି ପାରବା ବୋଲି ମୋର ଆଶା. ଗତ ସପ୍ତାହରେ କେବଳ ଏନ୍ତା ୩ ଟା କରା ହେଇଛେ ଆଉ ସେମାନେ ଉପଯୁକ୍ତ ଚିକିତ୍ସା ପାଇପାରିଛନ..

Friday, June 24, 2022

ଏକ ଅଭୂଲା ମୁହୂର୍ତ୍ତ



ଦୀର୍ଘବର୍ଷରୁ ନିଃସ୍ୱାର୍ଥପର ଭାବେ ଅଜଣା ଅଚିହ୍ନା ଲୋକମାନଙ୍କ ପାଇଁ ସ୍ୱତଃସ୍ପୃତ ଭାବେ ନିଜର ଶତପ୍ରତିଶତ ଉଦ୍ୟମ କରି, ଅନେକ ଲୋକଙ୍କ ଦୁଃଖରେ ସହଭାଗୀ ହୋଇ ତଥା  ତାଙ୍କ ସମସ୍ୟାକୁ ନିଜ ସମସ୍ୟା ଭାବି ଆତ୍ମୀୟତାର ସହ  ସମାଧାନ କରିବାକୁ ଚେଷ୍ଟା କରିଥାଏ.. ତାର ପ୍ରତିବଦଳରେ ସେହି ଅଜଣା   ଲୋକଙ୍କ  କିଛି ଆଶା ମଧ୍ୟ ନ ଥାଏ କିନ୍ତୁ ଏଭଳି ଅପ୍ରତ୍ୟାଶିତ ଭାବରେ କେହି ଯଦି ଦୂର ଦୁରାନ୍ତ କେବଳ କୃତଜ୍ଞତା ଜ୍ଞାପନ କରିବା ପାଇଁ ନିଜ ପାଖକୁ ପହଞ୍ଚିଥାନ୍ତି ତେବେ ସ୍ୱାଭାବିକ ଭାବେ ଅତ୍ୟନ୍ତ ଆତ୍ମତୃପ୍ତି ଅନୁଭବ ହୋଇଥାଏ..
   କିଛି ଦିନ ପୂର୍ବରୁ ଏମିତି ଜଣେ ବ୍ୟକ୍ତିଙ୍କ ସଙ୍ଗେ ପରିଚୟ ହୋଇଥିଲା ଯାହାଙ୍କର ବାପାଙ୍କ ଚକ୍ଷୁ ଚିକିତ୍ସା ପାଇଁ ଭୁବନେଶ୍ବର ସ୍ଥିତ ଏକ ଘରୋଇ ଡାକ୍ତରଖାନା ହଇରାଣ କରୁଥିଲା.ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ଼ ଥାଇ ମଧ୍ୟ  ମାଗଣା ଚିକିତ୍ସା ହେଇପାରିବ ନାହିଁ ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ କହିବା ଅନେକ ହଇରାଣ ହେଇ ହତାଶ ହୋଇଯାଇଥିଲେ.ଏଥିନିମନ୍ତେ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ଖର୍ଚ୍ଚ ହେବ ବୋଲି କହିବା ପରେ ତାଙ୍କ ଚିନ୍ତା ବଢ଼ି ଯାଇଥିଲା.ତାଙ୍କ ଠାରୁ ଏହି ବିଷୟରେ ଜାଣିବା ପରେ ଉକ୍ତ ଡାକ୍ତରଖାନା କର୍ତ୍ତୃପକ୍ଷ ତଥା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଅଧିକାରୀଙ୍କ ସହ ଯୋଗାଯୋଗ ତଥା ଯୁକ୍ତି କରିବା ପରେ ତାଙ୍କର ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ ହୋଇଥିଲା.
    ଏହାପରେ ସେ ଅତ୍ୟନ୍ତ ଖୁସି ହୋଇ କିଛି ଦିନ ତଳେ ମୁଁ ରହୁଥିବା ଘରକୁ ଆସି  କିଛି ଉପହାର ଦେଇଥିଲେ ଯାହା ମୋତେ ବହୁତ ଖୁସି ପ୍ରଦାନ କରିଥିଲା।
ଏଠାରେ ମୋର କହିବାର ତାତ୍ପର୍ଯ୍ୟ ହେଲା ଯେ ସେ ବ୍ୟକ୍ତି ଜଣକ ବିପଦ ସମୟରେ ପାଇଥିବା ସେବା ତଥା ସମବେଦନାର ମହତ୍ତ୍ୱ ବୁଝିପାରିଲେ.ନିଜେ ସେବା ପାଇବା ପରେ ତାଙ୍କ ସହ ମିଶି ଆହୁରି କିଛି ଲୋକଙ୍କ ପାଇଁ ଆବଶ୍ୟକ ସେବା ଯୋଗେଇଦେବା ପାଇଁ ପ୍ରୟାସ ଆରମ୍ଭ କରିଛୁ..

Thursday, June 2, 2022

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବାବଦରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯେନ ଟା ସଭେ ଜାଣବାର ଜରୁରୀ ଏ

ଇ ପୋଷ୍ଟ ଆଗରୁ ବି ଥରେ କରିଥିଲି ଆଉ ଆଜି ଫେର ଥରେ ଆବଶ୍ୟକ ହେଲା ବୋଲି କରୁଛେ ଯେ ଦେଖବାର କେ ମିଲୁଛେ ଯେ ଅନେକ ଲୋକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବାବଦରେ ନୁହେଁ ବୁଝନ ଭଲ ସେ.. 
୧)ପହେଲା କଥା ହେଉଛେ ଇ ଯୋଜନା ଟା ଘରୋଇଡାକ୍ତରଖାନା ମାନଙ୍କୁ କାମ କରସି ଆଉ କାର୍ଡ଼ ହେନୁ ହିଁ ଚଳସି,ଅନେକ ଲୋକ ଇ ବାବଦରେ ନି ଜାଣି ଆଉ ଉଚିତ ମାର୍ଗଦର୍ଶନ ବି ନାଇଁ ପାଏବାର..
୨)ତଳେ ଯେନ ଚିଠି ଅଛେ ହେଥିରେ ଲିଖା ହେଇଛେ ଯେ ଯଦି ତଳେ ଦିଆଯାଇଥିବାର କେନ୍ସି ବି କାରଣ ଥିବା ତ ସାଙ୍ଗେ ସାଙ୍ଗ BSKY Empanelled Hospital କେ Refer କାରବାର କେ ନିର୍ଦେଶ ଅଛେ
କ)ସରକାରୀ ଡାକ୍ତରଖାନାରେ ସୁବିଧା ହେଇ ନି ପାରବାର କିମ୍ବା ସେହି ଚିକିତ୍ସା ସୁବିଧା ଯଦି ନେନ ଘରୋଇ ଡାକ୍ତରଖାନାକେ ରେଫର କରବାର ବ୍ୟବସ୍ଥା ଅଛେ 
ଖ)କିଛି ବି ଚିକିତ୍ସା କିମ୍ବା ଅସ୍ତ୍ରୋପଚାର ଲାଗି ଯଦି ଲମ୍ବା ସମିଆ ତକ ଅପେକ୍ଷା କରବାର ପଡୁଛେ
ଗ)କେନ୍ସି ବି Emergency କେସ
   ଗୁଟେ ଜିନିଷ ଧ୍ୟାନ ଦେବାର ଅଛେ ଯେ ଇ ରେଫର କରବାର ଟା ଯେହେତୁ ଇଚ୍ଛାଧୀନ କାମ ଏ ତ ରୋଗୀ ନିଜେ ଡାକ୍ତର କେ କହେବାର କେ ପଡ଼ସି.

    ଇ ଭଳିଆ ସୁବିଧା ଥାଇକରି ବି ଲୋକ ସଚେତନତା ଅଭାବରୁ କିଛି ଫାୟଦା ନି ଉଠାବାର, ସରକାରୀ ଡାକ୍ତରଖାନାରେ Bed ନି ମିଲଲେ ତଳେ ସୁଇ ପାରୁଛନ ପଛେ କାର୍ଡ଼ ବ୍ୟବହାର କରିକରି ତାର ଫାୟଦା ନି ଉଠାବାର .

କିଛି ଦିନ ତଳର କଥା ମୋତେ ଜଣେ ଫୋନ କରିଥିଲେ ଗୁଟେ ମହିଳା ରୋଗୀ ବାବଦରେ ଯାହାଙ୍କର ପାଖେ BSKY କାର୍ଡ଼ ଭି ଥିଲା.ବୁର୍ଲାରେ ତାହାଙ୍କୁ Bed ଭି ନାଇଁ ମିଳିଥାଇ ,ମୁଇଁ ତାହାକୁ କହେଲି BSKY ରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ଅଛେ ସାଙ୍ଗେ ସାଙ୍ଗ Shift କରିନିଅ ଭଲ ଚିକିତ୍ସା ପାଏଲେ ରୋଗୀ ଭଲ ହେଇଯାଇପାରନ୍ କିନ୍ତୁ ସେ ମୋର କଥାକେ ବାରମ୍ବାର କହେଲା ପରେ ବି ନାଇଁ ଧ୍ୟାନ ଦେଲେ. କିନ୍ତୁ ବୁର୍ଲା ସରକାରୀ ଡାକ୍ତରଖାନାରେ ବହୁତ ଦିନ ତକ ରାହେଲା ପରେ ଶେଷକେ ଜୀବନ ପଳେଇ ଗଲା..
      ସବୁ ସୁବିଧା ଥାଇକରି ବି ଯଦି ଆମେ ତାର ଫାୟଦା ଉଠେଇ ନି ପାରମା ବାଏଲେ ବହୁତ କଷ୍ଟ ହେସି.. 

ଯେତକି ବି ମୋର ଫେସବୁକ ବନ୍ଧୁମାନେ ଅଛନ ଇ ଜିନିଷ କେ ନିଜେ ବୁଝବାର ସଙ୍ଗେ ସଙ୍ଗେ ଦୟାପୁର୍ବକ ସମସ୍ତଙ୍କୁ ବୁଝାବାର କେ ଚେଷ୍ଟା କରୁନ ଇତାର ଦ୍ୱାରା ବହୁତ ଲୋକଙ୍କର ଜୀବନ ବଞ୍ଚିପାର୍ବା..ଇ ବାବଦେ ଯଦି କାହାର କିଛି ପ୍ରଶ୍ନ ଅଛେ ମୋତେ କମେଣ୍ଟ କରିକରି ପଚରେଇ ପାରବେ
 CMO Odisha Mo Sarkar 5T Biju Swasthya Kalyan Yojana

Saturday, May 21, 2022

Please help Soubhagya Patel to fight against Ewings Sarcoma

Soubhagya Patel (15) a younger sister of Sankri village under Jharbandh block of Bargarh district  is suffering from Ewing's sarcoma a type of Bone Cancer.She is currently studying in Class 10 at Amthi High School
   Presently she is admitted in BALCO Medical Centre,Raipur. Now their economic backbone has been shaken.
      A few days back, I came to know about him from a parent from Tumripani village, who was undergoing treatment at govt hospital in  Cuttack  for almost a month.  Her mother said that the medical students were studying/experimenting with her instead of advising her to go to the cancer hospital even after being diagnosed with cancer.  When I came to know about that, I contacted some cancer hospitals empanelled under Biju Swasthya Kalyan Yojana, and then I came to know that arrangements can be made in BALCO Raipur.The sister had to be shifted to Raipur BALCO Hospital for immediate treatment.As you can imagine, he didn't even have money to buy a train ticket or register at the hospital, which I personally paid for, so you can understand how much financial support they needs now.

   
     If any kind person or organization wants to help sister, please help as much as you can in the below QR code.Even your little contribution is also priceless for them.
   Please pray for quick recovery

Sunday, May 1, 2022

ମୁଇଁ ବି ଦିନେ ଶ୍ରମିକ ଥିଲି!ଶ୍ରମିକ ଦିବସ ଉଧେ ସମସ୍ତଙ୍କୁ ଗୁଟେ ସଚେତନତା ବାର୍ତା

ଆଜି ହେଉଛେ "ବିଶ୍ୱ ଶ୍ରମିକ ଦିବସ" ଇତାର ଉଧେ ଦେଶର  ଉନ୍ନତି ଲାଗି ଅହରହ ପରିଶ୍ରମ କରୁଥିବାର ସବୁ ଶ୍ରମିକ ଭାଇ ଭଉଣୀ ମାନଙ୍କୁ ଗୁର୍ଦୁଟେ ଶୁଭେଚ୍ଛା ଆଉ ଶୁଭକାମନା ଜଣାବାର ସାଙ୍ଗେ ତାଙ୍କର କାମ କେ ମନ ଭିତରୁ ସ୍ୟାଲୁଟ କରୁଛେ..
     ମୁଇଁ ଭି ଆଗରୁ ଶ୍ରମିକ ହିସାବରେ କାମ କରିଛେ ବାପା ସଙ୍ଗେ ଆଉ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ୫ ଦିନ କାମ କରିକରି ୪୫୦ ଟଙ୍କା ମଜୁରୀ ବି ପାଇଛେ.
 ମୁଇଁ କାମ କରବାର ଉଦ୍ଦେଶ୍ୟ ଥିଲା ଯେ ଶ୍ରମିକ ମାନେ ମନରେଗା ଯୋଜନାରେ ଠିକ ହିସାବରେ କାମ କେନ୍ତା କରି ମାଗି ପାରବେ ଆଉ ଠିକ ଭାବେ କେନ୍ତା କରି ତାଙ୍କର ପାଉଣା ପାଇ ପାରବେ ତାର ଲାଗି ଗୁଟେ ସଚେତନତା ଥିଲା.ପହେଲା C1 ଫର୍ମରେ

 ନିଜର ତରଫରୁ ପଞ୍ଚାୟତ କେ ଯାଇକରି କାମ ମାଗଲା ପରେ ପଞ୍ଚାୟତ ତରଫରୁ C2 ଫର୍ମରେ

 କାର୍ଯ୍ୟାଦେଶ ପାଇକରି କାମ କରି ଯାଇଥିଲୁ. ଇ କାମ କରଲା ପରେ ଠିକ ଭାବେ ପାଉଣା ଭି ମିଳିଥିଲା. କିନ୍ତୁ ଆଜି ବି ଶ୍ରମିକ ମାନେ ଇ ଭଳିଆ କାମ ନି ମାଗିକରି ଶୋଷଣର ଶିକାର ହେଉଛନ୍.
ଇତାର ମୂଳ କାରଣ ହେଉଛେ ଲୋକଙ୍କର ଭିତରେ ଅସଚେତନତା ଆଉ ଦୁର୍ନୀତି ଖୋର ଅଧିକାରୀ ମାନଙ୍କର ବ୍ୟକ୍ତିଗତ ସ୍ୱାର୍ଥ ଯେନ ଥିର ଲାଗି ଲୋକମାନେ ଭଲ ସୂଚନା ଭି ନାଇଁ ପାଇପାରବାର.ଇହାଦେ ବି ମନରେଗା ଯୋଜନାରେ କାଗଜପତ୍ର ହିସାବରେ ସବୁ ଏକ ନମ୍ବର କାମ ଦର୍ଶା ହେଉଛେ କିନ୍ତୁ ପ୍ରକୃତରେ ଯିଏ କେଭେଁ ବି କାମ ନି କରବାର ତାଙ୍କର ଆକାଉଣ୍ଟରେ ଟଙ୍କା ପଡ଼ିକରି କଳାଧନ ସୃଷ୍ଟି ହେଉଛେ.ପ୍ରକୃତ ଶ୍ରମିକମାନେ, ଯେନ ମାନେ କାମ କରବାର ଲାଗି ଚାହୁଁଛନ୍ ସେମାନଙ୍କର ଆକାଉଣ୍ଟ ରେ ଭଲ ସେ ଟଙ୍କା ନାଇଁ ପଡ଼େ କିନ୍ତୁ ତାର ବିପରୀତ ଯେନ ମାନେ କାମ ନାଇଁ କରୁଥିବେ ତାଙ୍କର ଆକାଉଣ୍ଟ ମାନକେ ଟଙ୍କା ପଡ଼ସି. ଇଥିର ଲାଗି ସେ ନକଲି ଶ୍ରମିକ ମାନେ ବି ଦୋଷୀ ଆନ ଯେନ ମାନେ ୧୦୦୦ ଟଙ୍କା ପାଏଲେ ୧୦୦ ଟଙ୍କା ରଖିକରି ୯୦୦ ଟଙ୍କା ଫିରେଇ ନେସନ..
      ଇ ସମସ୍ୟାର ସ୍ଥାୟୀ ସମାଧାନ କରବାର ଲାଗି ହେଲେ ପହେଲା ଆମକୁ ନିୟମ କାନୁନ ଜାଣବାର କେ ପଡ଼ବା ତାର ପରେ ସେଟା କେ ଅନୁସରଣ କରିକରି କାମ କଲେ କେହି ଦୁର୍ନୀତି କରି ନାଇଁ ପାରନ୍..

ଇଟା ବି ଠିକ କଥା ଯେ ଅଧିକାଂଶ ଶ୍ରମିକ ଇ ମେସେଜ କେ ଦେଖି ନାଇଁ ପାରନ୍ କିନ୍ତୁ ଯେନ ସଚେତନ ଭାଇଭଉଣୀ ଇ ପୋଷ୍ଟ କେ ଦେଖବେ ସେମାନେ ଚାହେଲେ ଇ ସଚେତନତା ବାର୍ତା ସେମାନଙ୍କୁ ଛୋଟ ଛୋଟ ଦଳ କରିକରି ବୁଝେଇ ପାରବେ..

   କେତେଟା ବିଶେଷ ସୂଚନା:-୧)ତଳେ C1 ଫର୍ମର ଗୁଟେ Sample ଦିଆଯାଇଛେ ହେନ୍ତା ଟା ସବୁ ପଞ୍ଚାୟତ ଅଫିସ ମାନଙ୍କେ ମିଲସି ସେନକେ ଯାଇକରି ଶ୍ରମିକ ମାନେ  କାମ ମାଗି ପାରବେ
୨)କାମ ମାଗଲା ଉତ୍ତାରୁ ପଞ୍ଚାୟତ ତରଫରୁ ୧୫ ଦିନ ଭିତରେ କାମ କରବାର ଲାଗି ବ୍ୟବସ୍ଥା କରବେ ଆଉ C2 ଫର୍ମରେ କାର୍ଯ୍ୟାଦେଶ ବଣ୍ଟନ କରବେ 
,ଯଦି ଦେଇ ନି ପାର୍ଲେ ବଏଲେ MGNREGA ଧାରା ୭(୧)  ଅନୁସାରେ ସରକାରୀ ହିସାବରେ ଦିଆଯାଉଥିବାର ମଜୁରୀର ଅଧା ପଏସା ବେରୋଜଗରୀ ଭତ୍ତା ଆକାରେ ମିଲବା.
୩)ଝନେ ଶ୍ରମିକ ଯଦି କାମ କରଲା ଉତ୍ତାରୁ ୧୫ ଦିନ ଭିତରେ ତାର ପାଉଣା ନାଇଁ ପାଏଲା ବଏଲେ MGNREGA ଆଇନ ଧାରା ୩(୩) ହିସାବରେ ୦.୦୫ % ହିସାବରେ କ୍ଷତିପୂରଣ ଭତ୍ତା ପାଏବାର ଲାଗି ହକଦାର ଆଏ ଆଉ ଇ ପଏସା ଟା ସେହି କର୍ମଚାରୀ ନିଜର ହାତୁ ଭରବେ ଯିଏ କି ନିଯୁକ୍ତି ପ୍ରଦାନ କରିଥିବା..
      ଇ ଜିନିଷ ମାନେ ଆଜିବି ଅନେକ ଲୋକ ନାଇଁ ଜାଣି ହେଥିରଲାଗି ଶ୍ରମିକ ମାନେ ଶୋଷଣ ର ଶିକାର ହେଉଛନ୍,ସମସ୍ତେ ମିଶିକରି ଆମେ ଇ ଦୁର୍ନୀତି କେ ହଟେଇ ପାରମା ଆଉ ଶ୍ରମିକ ମାନଙ୍କୁ ସଚେତନ କରିକରି ଇ ବାବଦେ ଜଣେଇ ପାରମା.
     ଇ ପୋଷ୍ଟ ପଢ଼ଲା ଉତ୍ତାରୁ ସେୟାର କରବାର ଲାଗି ଅନୁରୋଧ ଆଏ ଆଉ ଏନ୍ତା ଶ୍ରମିକ ସଚେତନ ସଭା କରିକରି ମୋତେ ଟ୍ୟାଗ କରିକରି ଜନାଳେ ମୋର ଏତକି ପରିଶ୍ରମ ସଫଲ ହେଲା ବୋଲି ଭାବମୀ ..
               ଜୟ ଶ୍ରମିକ
                ଜୟ ବିଶ୍ୱକର୍ମା

Thursday, March 31, 2022

ବଢ଼ିଲା ବସ ଭଡ଼ା:କିନ୍ତୁ ଆଗରୁ ସରକାରୀ ଧାର୍ଯ୍ୟ ଦରରୁ ଅଧିକ ଭଡ଼ା ନେଉଛନ୍ତି ବସ ମାନେ. କଣ କଲେ ଶୋଷଣର ଶିକାର ହେବେ ନାହିଁ!

ଓଡ଼ିଶାରେ ବଢ଼ିଲା ବସ ଭଡ଼ା:ଲାଗୁହେଲା ନୂତନ ଦର.

କିନ୍ତୁ ଆମ ଅଞ୍ଚଳରେ ଆଗରୁ ସରକାରୀ ଧାର୍ଯ୍ୟ ଦରରୁ ଅଧିକ ଟଙ୍କା ନେଉଛନ୍ତି ସରକାରୀ ଏବଂ ବସ କଣ୍ଡକ୍ଟର ମାନେ.ଏହାର ମୁଖ୍ୟ କାରଣ ହେଲା ଆମ ଅଞ୍ଚଳର ଜନସାଧାରଣ କଣ୍ଡକ୍ଟର ମାନେ ଯେତେ ଟଙ୍କା କହିଲେ ସେତେ ବଢ଼େଇ ଦିଅନ୍ତି ତାର ପ୍ରତିବଦଳରେ ଟିକେଟ ଖଣ୍ଡେ ବି ମାଗନ୍ତି ନାହିଁ. ଯେଉଁ କିଛି ସଚେତନ ନାଗରିକ ଟିକେଟ ମାଗନ୍ତି ତାଙ୍କୁ ବିଭିନ୍ନ ବାହାନା କରି କଣ୍ଡକ୍ଟର ମାନେ ଭୁଆଁ ବୁଲେଇଥାନ୍ତି. ଏମିତି ଭାବେ ଆମ ଅଞ୍ଚଳର ଲୋକେ ଠକାମିର ଶିକାର ହେଉଛନ୍ତି, ବର୍ତ୍ତମାନ ଯେତେ ଭଡ଼ା ନେଉଛନ୍ତି ତାହା ଆଜିର ପରିବର୍ତ୍ତିତ ଭଡ଼ାଠାରୁ ବି ଢ଼େର ଅଧିକ.କାଲି ଠାରୁ ପୁଣି ସେମାନେ ଆହୁରି ଭଡ଼ା ବୃଦ୍ଧି କରିବା ପାଇଁ ଭାବି ସାରିଥିବେ,ସେ ଯାହା ବି ହେଉ ମୁଁ ତଥା ଆମ ଅଞ୍ଚଳର ସଚେତନ ନାଗରିକ ମାନେ State Transport Authority Odisha ଙ୍କୁ ଅନୁରୋଧ କରୁଛୁ ଯେ ପ୍ରତ୍ୟେକ ସରକାରୀ ତଥା ବେସରକାରୀ ବସ ମାନଙ୍କରେ ଟିକେଟ ପ୍ରଦାନ କରିବା ବ୍ୟବସ୍ଥା କଡାକଡି କରିବା ସଙ୍ଗେ ସଙ୍ଗେ ପ୍ରତି ବସ ଭିତରେ ବସ ଭଡ଼ା ଚାର୍ଟ ସହ ଯେଉଁ ବସରେ ଯାତ୍ରୀମାନେ
ଯାଉଥିବେ ତାହା କେଉଁ ପ୍ରକାର ବସ ବୋଲି ଜଣେଇ ଦିଆଗଲେ ଯାତ୍ରୀମାନେ କଣ୍ଡକ୍ଟର ମାନଙ୍କ ସହ ଯୁକ୍ତି ମଧ୍ୟ କରିପାରିବେ..
CMO Odisha MoSarakaar Mo Sarkar 5T

Monday, March 14, 2022

ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ରେଫେରାଲ କାହିଁକି ଏବଂ କେଉଁ ରୋଗୀମାନଙ୍କୁ ଆବଶ୍ୟକ ହୁଏ, ଏ ବିଷୟରେ ସମ୍ୟକ ସୂଚନା

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନେକ ସମୟରେ ଲୋକମାନେ ସିଧାସଳଖ ଘରୋଇ ଡାକ୍ତରଖାନାରେ ଯାଇ ଚିକିତ୍ସିତ ହୁଅନ୍ତି ଏବଂ ପରେ ଅଯଥା ଖର୍ଚ୍ଚାନ୍ତ ମଧ୍ୟ ହୋଇଥାନ୍ତି ଯାହାଦ୍ୱାରା ସେମାନଙ୍କ ମନରେ ନକାରାତ୍ମକ ମନୋଭାବ ଜାଗ୍ରତ ହେବା ସ୍ୱାଭାବିକ କଥା.
ଏହିଭଳି ମୋ ପାଖକୁ ଅନେକ ଫୋନ କଲ ଆସିଛି ସେଥିପାଇଁ କିଛି ସ୍ପଷ୍ଟୀକରଣ ରଖିବା ଉଦ୍ଦେଶ୍ୟରେ ଏହି ପୋଷ୍ଟ କରୁଛି.
    ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କିଛି ରୋଗର ଚିକିତ୍ସା ପାଇଁ ଆପଣ ସିଧାସଳଖ ଚିକିତ୍ସା କରେଇପାରିବେ ଯେମିତିକି ସ୍ନାୟୁଗତ ରୋଗ, କର୍କଟ ରୋଗ, ଅସ୍ଥିଶଲ୍ୟ ରୋଗ ଆଦି ଯାହାକି ଆପଣମାନେ ସରକାରୀ ୱେବ ସାଇଟରେ ଦେଖିପାରିବେ କିନ୍ତୁ ଏମିତି କିଛି ରୋଗ ଅଛି ଯେଉଁଥିପାଇଁ ସରକାରୀ ଡାକ୍ତରଖାନାରୁ ରେଫରାଲ ନେବାକୁ ପଡ଼ିଥାଏ ଯାହାର ଫର୍ମ ମୁଁ ନିମ୍ନରେ ପ୍ରଦାନ କରୁଛି.ଏହି ରେଫରାଳ ନ ନେଇ ଅନେକ ରୋଗୀ ହଇରାଣ ହେଉଛନ୍ତି,ଏହି ପୋଷ୍ଟ ଦେଖୁଥିବା ସଚେତନ ନାଗରୀକବୃନ୍ଦଙ୍କୁ ଅନୁରୋଧ ଯେ ଏହି ବିଷୟରେ ସାଧାରଣ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରନ୍ତୁ ଯାହାଦ୍ୱାରା ରୋଗୀମାନେ ଉପକୃତ ହୋଇପାରିବେ