ଆଜି ହେଉଛି ବିଶ୍ଵ ଭିନ୍ନକ୍ଷମ ଦିବସ।ଏହି ଅବସରରେ ମୋର ବ୍ୟକ୍ତିଗତ ଅନୁଭୂତିରୁ କିଛି ବାଣ୍ଟୁଛି।ଘଟଣା ହେଉଛି କିଛି ଦିନ ପୂର୍ବର ଆମ ଝାରବନ୍ଧ ବ୍ଲକରେ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଚାଲିଥାଏ।
ବ୍ଲକର ବିଭିନ୍ନ ଗ୍ରାମରୁ ଶହ ଶହ ଭିନ୍ନକ୍ଷମ ଭାଇଭଉଣୀ ଆସିଥାନ୍ତି, ସବୁ ଠିକ ଠାକ ଚାଲିଥାଏ।ନିର୍ଦ୍ଧାରିତ ସମୟ ଶେଷ ହେଲା ପରେ ଡାକ୍ତରୀଦଳ ଫେରିବା ପାଇଁ ପ୍ରସ୍ତୁତ ହେଉଥାନ୍ତି,ମୁଁ ଲକ୍ଷ୍ୟ କଲି ଯେ ଜଣେ ମାଁ ଦୃଷ୍ଟିହୀନ ଦିବ୍ୟାଙ୍ଗ ଝିଅ ଟିକୁ ଧରି ଗୋଟିଏ କଡ଼ରେ ଠିଆ ହୋଇଛନ୍ତି।ତାଙ୍କ ପାଖକୁ ଯାଇ କଣ ସମସ୍ୟା ହୋଇଛି ବୋଲି ପଚାରିଲି ,କିନ୍ତୁ ସେ ଠିକ ଭାବେ ବୁଝି ପାରୁନଥିଲେ ଏବଂ ସେ ବି ଯାହା କହୁଥିଲେ ମୁଁ ବି ବୁଝି ପାରୁନଥିଲି।ଏଠାରେ କହିବାର ତାତ୍ପର୍ଯ୍ୟ ହେଲା ଯେ ଆମ ଝାରବନ୍ଧ ବ୍ଲକରେ ପାଖାପାଖି ୩ ଟି ଭାଷା ଲୋକେ କୁହନ୍ତି ଯେଉଁଟା କି ସମ୍ବଲପୁରୀ, ଲରିଆ,ନାଏକ ଭାଷା।ମୁଁ ସ୍ଥାନୀୟ ଲୋକଙ୍କ ମାଧ୍ୟମରେ ପଚାରିବା ପରେ ଜାଣିପାରିଲି ଯେ ଝିଅଟିର ଦିବ୍ୟାଙ୍ଗ ସାର୍ଟିଫିକେଟ କୁ Renew କରେଇବା ପାଇଁ ଆସିଥିଲେ ଏବଂ ତାହାର Online କରିବା ପାଇଁ ଝିଅର ବାପା ଯାଇଥିଲେ ଯେ ୪ ଟା ସୁଦ୍ଧା ଫେରି ନ ଥିଲେ।ଏହି ସମୟରେ ଆଖି ଡାକ୍ତର ନିଜ କାରରେ ଘରକୁ ଫେରିବା ପାଇଁ ପ୍ରସ୍ତୁତ ହେଉଥିଲେ , ମୁଁ ତାଙ୍କୁ ବ୍ୟକ୍ତିଗତ ଭାବେ ଭେଟି କିଛି ସମୟ ଅପେକ୍ଷା କରିବାକୁ ଅନୁରୋଧ କଲି।ଏହାପରେ ଝିଅକୁ ନେଇ ଆମ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ଥିବା କମ୍ପ୍ୟୁଟରରେ ଦିବ୍ୟାଙ୍ଗ ପ୍ରମାଣପତ୍ର ପାଇଁ ଅନ୍ଲାଇନ କରେଇଲୁ।ଏହାପରେ ଡାକ୍ତର ନିଜ କାମ କଲେ ଝିଅଟିର କାମ ହେଇଗଲା।
ଆଜି ହେଉଛି #ବିଶ୍ୱଭିନ୍ନକ୍ଷମଦିବସ ଏହି ଅବସରରେ ଏହି ପୋଷ୍ଟ କରିବାର ଉଦ୍ଦେଶ୍ୟ ହେଲା ଯେ ଆମେ ଭିନ୍ନକ୍ଷମ ମାନଙ୍କୁ କେବଳ ଔପଚାରିକତା ପୂରଣ କରିବା ପାଇଁ ବ୍ୟବସ୍ଥା କରିବା ଅପେକ୍ଷା ତାଙ୍କୁ ଆନ୍ତରିକତା ସହ ସହାୟତା କରିବା ଆବଶ୍ୟକ।ଆମେ ସମସ୍ତେ ସମାନ।
No comments:
Post a Comment