Thursday, March 31, 2022

ବଢ଼ିଲା ବସ ଭଡ଼ା:କିନ୍ତୁ ଆଗରୁ ସରକାରୀ ଧାର୍ଯ୍ୟ ଦରରୁ ଅଧିକ ଭଡ଼ା ନେଉଛନ୍ତି ବସ ମାନେ. କଣ କଲେ ଶୋଷଣର ଶିକାର ହେବେ ନାହିଁ!

ଓଡ଼ିଶାରେ ବଢ଼ିଲା ବସ ଭଡ଼ା:ଲାଗୁହେଲା ନୂତନ ଦର.

କିନ୍ତୁ ଆମ ଅଞ୍ଚଳରେ ଆଗରୁ ସରକାରୀ ଧାର୍ଯ୍ୟ ଦରରୁ ଅଧିକ ଟଙ୍କା ନେଉଛନ୍ତି ସରକାରୀ ଏବଂ ବସ କଣ୍ଡକ୍ଟର ମାନେ.ଏହାର ମୁଖ୍ୟ କାରଣ ହେଲା ଆମ ଅଞ୍ଚଳର ଜନସାଧାରଣ କଣ୍ଡକ୍ଟର ମାନେ ଯେତେ ଟଙ୍କା କହିଲେ ସେତେ ବଢ଼େଇ ଦିଅନ୍ତି ତାର ପ୍ରତିବଦଳରେ ଟିକେଟ ଖଣ୍ଡେ ବି ମାଗନ୍ତି ନାହିଁ. ଯେଉଁ କିଛି ସଚେତନ ନାଗରିକ ଟିକେଟ ମାଗନ୍ତି ତାଙ୍କୁ ବିଭିନ୍ନ ବାହାନା କରି କଣ୍ଡକ୍ଟର ମାନେ ଭୁଆଁ ବୁଲେଇଥାନ୍ତି. ଏମିତି ଭାବେ ଆମ ଅଞ୍ଚଳର ଲୋକେ ଠକାମିର ଶିକାର ହେଉଛନ୍ତି, ବର୍ତ୍ତମାନ ଯେତେ ଭଡ଼ା ନେଉଛନ୍ତି ତାହା ଆଜିର ପରିବର୍ତ୍ତିତ ଭଡ଼ାଠାରୁ ବି ଢ଼େର ଅଧିକ.କାଲି ଠାରୁ ପୁଣି ସେମାନେ ଆହୁରି ଭଡ଼ା ବୃଦ୍ଧି କରିବା ପାଇଁ ଭାବି ସାରିଥିବେ,ସେ ଯାହା ବି ହେଉ ମୁଁ ତଥା ଆମ ଅଞ୍ଚଳର ସଚେତନ ନାଗରିକ ମାନେ State Transport Authority Odisha ଙ୍କୁ ଅନୁରୋଧ କରୁଛୁ ଯେ ପ୍ରତ୍ୟେକ ସରକାରୀ ତଥା ବେସରକାରୀ ବସ ମାନଙ୍କରେ ଟିକେଟ ପ୍ରଦାନ କରିବା ବ୍ୟବସ୍ଥା କଡାକଡି କରିବା ସଙ୍ଗେ ସଙ୍ଗେ ପ୍ରତି ବସ ଭିତରେ ବସ ଭଡ଼ା ଚାର୍ଟ ସହ ଯେଉଁ ବସରେ ଯାତ୍ରୀମାନେ
ଯାଉଥିବେ ତାହା କେଉଁ ପ୍ରକାର ବସ ବୋଲି ଜଣେଇ ଦିଆଗଲେ ଯାତ୍ରୀମାନେ କଣ୍ଡକ୍ଟର ମାନଙ୍କ ସହ ଯୁକ୍ତି ମଧ୍ୟ କରିପାରିବେ..
CMO Odisha MoSarakaar Mo Sarkar 5T

No comments: