ଆମର ବିଦ୍ୟାଳୟର ମନ୍ତ୍ରୀମଣ୍ଡଳର ମୁଖ୍ୟମନ୍ତ୍ରୀ ନିଜର ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କର ସ୍ୱାର୍ଥ ତଥା ରାଜ୍ୟର ସମସ୍ତ ଶିଶୁଙ୍କର ମଙ୍ଗଳ ଲାଗିଁ ଆମର ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିକରି ମହାନତା ର ପରିଚୟ ସୃଷ୍ଟି କରିଛନ.ନିଜେ ଯେନ ଅସୁବିଧାରେ ପଡ଼ିକରୀ ଭି ଅନ୍ୟ ଲୋକ ହେନ୍ତା ନାଇଁ ପଡୁନ ବୋଲି ସରକାର କେ ମଦ ବନ୍ଦ କରବାର କେ ଅନୁରୋଧ କରିଛନ
ଏବେ ସରକାର ଉପରେ କଥା ରହେଲା, ମଦ ବନ୍ଦ କରିକରି ଆଗାମୀ କାଲିର ଭବିଷ୍ୟତ ଶିଶୁମାନଙ୍କର ଭବିଷ୍ୟତ ଉଜ୍ଜଳ କରବେ କି ତାହାକୁ ଅଣଦେଖା କରିକରି ଚିରାଚରିତ ଭାବେ ମଦ ବ୍ୟାପାର ଚଲାବେ ଯେ ଆଉ ଆଗାମୀ ପୀଡ଼ିକେ ଏନ୍ତା ହିସାବେ ମରବାର କେ ଦେବେ ଯେ..ସମିଆ କହେବା.. ଆମର ମୁଖ୍ୟମନ୍ତ୍ରୀ ଓଡିଶାକେ ମଦମୁକ୍ତ ରାଜ୍ୟ କରବାର ଲାଗିଁ ନିଶ୍ଚିତ ଚେଷ୍ଟା କରବେ ବୋଲି ଆମର ଆଶା
ଇହାଦେ ଆତ୍ମମନ୍ଥନ କରବାର ସମିଆ ଆସିଛେ ରାଜନୈତିକ ସ୍ୱାର୍ଥରୁ ଆଗକେ ବାହାରିକରି ରାଜ୍ୟର ହିତ ଲାଗିଁ ସବୁ ଦଳ ମାନେ ମିଶିକରି ଓଡିଶାକେ ମଦମୁକ୍ତ ରାଜ୍ୟ ରୂପେ ଗଢବାର ଲାଗିଁ ସଂକଳ୍ପ ନେଉନ.ନେହେଲେ ଦିନକେ ଦିନ ଏନ୍ତା ମୃତ୍ୟୁ, ଅପରାଧ, ଦୁଷ୍କର୍ମ ଭଳିଆ ଖବର ମାନେ ଆସୁଥିବା ଆଉ ସେଥିରେ ଫେର ଦଳ ମାନେ କାଦୋ ଫିଂଗା ଫିଙ୍ଗି ହେଉଥିବେ.. ହେଟା ଭି ଆମେ ଦେଖୁଥିମା.. ନିଜର ଲୋକ ମାନଂକୁ ହରାବାର ଦୁଃଖ କାଣେ ଯେ ହେଟା ପୀଡିତ ପରିବାର ମାନଙ୍କର ନୁ ବେଶୀ କେହି ଜାଣି ନାଇଁ ପାରନ. ନିଜର ଉପରେ ବିପଦ ପଡ଼ବାର ଆଘୋନୁ କାଏଁଜେ ଆମେ ସତର୍କ ନାଇଁ ହେମା, କାଏଁଜେ ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ ନାଇଁ କର୍ମା.. ନିଜକେ ନିଜେ ଏକଲା ଥିବାର ସମିଆ ଥିଁ ପଚରାଉନ..
No comments:
Post a Comment