Wednesday, January 5, 2022

ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ସହ ସାକ୍ଷାତ

2019 ବର୍ଷର ଏକ ଅଭୁଲା ସ୍ମୃତି:-ଗତ ୨୦୧୯ ମସିହାରେ ସୌଭାଗ୍ୟ ବଶତଃ ମୋତେ ଓଡ଼ିଶାର ବର୍ତ୍ତମାନ ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାସଙ୍କ ସହ ଶିକ୍ଷା ଏବଂ ଶିକ୍ଷକଙ୍କ ସମସ୍ୟା ସମ୍ବନ୍ଧିତ କିଛି ଆଲୋଚନା କରିବାର ସୁଯୋଗ ମିଳିଥିଲା.ମନ୍ତ୍ରୀମଣ୍ଡଳରେ ଦାୟିତ୍ୱ ନେବା ପରଠାରୁ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ବହୁତ ସଂସ୍କାର ମୂଳକ ପଦକ୍ଷେପ ଗ୍ରହଣ କରିଥିବାରୁ ତାଙ୍କୁ ଧନ୍ୟବାଦ ଅର୍ପଣ କରିବା ସଙ୍ଗେ ସଙ୍ଗେ ଶିକ୍ଷକଙ୍କ ସମସ୍ୟା ଗୁଡିକ ବିଷୟରେ ଆଲୋଚନା କରିଥିଲି ଯାହାକୁ ଅତ୍ୟନ୍ତ ସୁନ୍ଦର ଭାବରେ ସେଗୁଡିକୁ ଯୁକ୍ତାତ୍ମକ ଢଙ୍ଗରେ ଗ୍ରହଣ କରିଥିଲେ ଯେଉଁଥିପାଇଁ ତାଙ୍କୁ ଧନ୍ୟବାଦ..
     ବର୍ତ୍ତମାନ ଆମ ରାଜ୍ୟରେ ସରକାରୀ ବିଦ୍ୟାଳୟ ଗୁଡିକର ଅବସ୍ଥା ଠିକ ନ ଥିବା ,ପାଠପଢ଼ା ସମସ୍ୟା, ଶିକ୍ଷକ ନିଯୁକ୍ତି ଅଭାବ ,ଜାଲ ଶିକ୍ଷକ ନିଯୁକ୍ତି ଆଦି ବିଷୟରେ ମନ୍ତ୍ରୀଙ୍କ ସଂଗେ ଆଲୋଚନା ହୋଇଥିଲା ,ସେ ଦିଗରେ ଦୃଢ଼ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ମାନ୍ୟବର ମନ୍ତ୍ରୀ ଜଣେଇଥିଲେ.ଓଡ଼ିଶାର ଗ୍ରାମାଞ୍ଚଳରେ ପ୍ରାଥମିକ ସ୍ତରରେ ଶିକ୍ଷାଗ୍ରହଣ କରୁଥିବା ଅଧିକାଂଶ ଅଭିଭାବକ ସଚେତନ ନ ଥିବାରୁ ତାଙ୍କ ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ମାନେ ହାତକୁ ନେବାପାଇଁ ତାଙ୍କୁ ଅନୁରୋଧ କରିଥିଲି ଯାହାକୁ ମାନ୍ୟବର ମନ୍ତ୍ରୀ ସାଦରେ ଗ୍ରହଣ କରିଥିଲେ..
    
     ବାସ୍ତବିକ ଭାବେ ଦେଖିବାକୁ ଗଲେ ଶିକ୍ଷା ର ବିକାଶ ନିମନ୍ତେ ଅନେକ ସରକାରୀ ଯୋଜନା ହାତକୁ ନିଆଯାଇଛି କିନ୍ତୁ  ସଚେତନତା ଅଭାବରୁ ଅନେକ ଲୋକେ ଉପଯୁକ୍ତ ଶିକ୍ଷା ପାଇପାରୁନାହାନ୍ତି ଯାହା ଫଳରେ ସରକାରୀ ଯୋଜନା ଗୁଡିକର ସଫଳତାର ସହିତ ରୁପାୟନ ହୋଇପାରୁନାହିଁ. ଅନେକ ସମୟରେ କଥା ଉଠେ କାହିଁକି ସରକାରୀ ସ୍କୁଲରେ ଭଲ ରେଜଲ୍ଟ ଆସୁନାହିଁ ବୋଲି ତାହା ସତ୍ୟ ମଧ୍ୟ କାରଣ ଘରୋଇ ସ୍କୁଲ ମାନଙ୍କରେ ସରକାରୀ ସ୍କୁଲ ତୁଳନାରେ ଭଲ ରେଜଲ୍ଟ ଆସୁଛି.ଶିକ୍ଷା ପାଇଁ ଆବଶ୍ୟକ ତିନୋଟି ମୁଖ୍ୟ ଉପାଦାନ ହେଉଛନ୍ତି ଶିକ୍ଷକ,ଶିକ୍ଷାର୍ଥୀ ଏବଂ ଅଭିଭାବକ. ସମସ୍ତଙ୍କ ସମ୍ମିଳିତ ଉଦ୍ୟମ ଦ୍ୱାରା ଉତ୍ତମ ଶିକ୍ଷଣଶିକ୍ଷାଦାନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରେ. ଏ ମଧ୍ୟରୁ କୌଣସି ଗୋଟିଏ ବି ଉପାଦାନ ତାର କର୍ତ୍ତବ୍ୟ ଠିକ ସେ ସମ୍ପାଦନା ନ କରନ୍ତି ତେବେ ତାହା ବାଧାପ୍ରାପ୍ତ ହେବା ସୁନିଶ୍ଚିତ.ଅନେକ ସ୍ଥାନରେ ଦେଖାଯାଏ ଜେ ଶତଚେଷ୍ଟା ପରେ ମଧ୍ୟ ପିଲାଏ ପାଠ ଭଲଭାବେ ଜଣନ୍ତିନି, ଦୋଷ କେବଳ ଶିକ୍ଷକ ଙ୍କ ଉପରେ ଆସିଥାଏ, ଆସିବା କଥା ମଧ୍ୟ କାହିଁକି ନା ଶିକ୍ଷକ ନିଯୁକ୍ତି ର ଏକମାତ୍ର ଲକ୍ଷ ହେଉଛି ଶିକ୍ଷା ର ବିକାଶ. ଶିକ୍ଷକ ମାନଙ୍କୁ ଯାବତୀୟ କାର୍ଯ୍ୟରେ ନିୟୋଜିତ କରିବା ମଧ୍ୟ ପିଲାଙ୍କ ପାଇଁ ଅହିତକର ଏହା ଦ୍ୱାରା ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି. ଏମିତି ଅନେକ ବାଧାବିଘ୍ନ ଥିବା ସତ୍ତ୍ୱେ ସମସ୍ତେ ସଂଘର୍ଷ ରତ .ତେଣୁକରି ସମସ୍ତେ ନିଜର କର୍ତବ୍ୟ ଠିକ ଭାବେ ପାଳନ କଲେ ଓଡ଼ିଶାର ପ୍ରାଥମିକ ଶିକ୍ଷା ନିଶ୍ଚିତ ଭାବେ ଆଗକୁ ଯିବ ବୋଲି ଆଶା.

No comments: